ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ: ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ
ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ଏହା ଦ୍ବାରା ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ। ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି। ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି। କ୍ୟାବିନେଟ ବସିବାର ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ। ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ।
ନୂଆ ଢାଞ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବସିପାରିବ ନାହିଁ। ଅନେକ ଦିନ ପୂର୍ବରୁ କ୍ୟାବିନେଟ୍ ତାରିଖ କିମ୍ବା ପ୍ରସ୍ତାବ ସ୍ଥିର ହେବ ନାହିଁ। କ୍ୟାବିନେଟ୍ ବସିବା ତାରିଖ ମାତ୍ର ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ। ଏହାସହିତ ୩ ଦିନ ପୂର୍ବରୁ କ୍ୟାବିନେଟ୍ର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ।