କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0

ଦିଲ୍ଲୀରେ ଟ୍ରାନ୍ସଫର ପୋଷ୍ଟିକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌(ଆମ ଆଦ୍‌ମୀ ପାର୍ଟି) ସୁପ୍ରିମ୍‌ କୋର୍ଟରେ କରିଥିବା ନିବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ଆଜି ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିଫ୍‌ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିହ୍ମାଙ୍କ ବେଞ୍ଚ ଏହି ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଦିଲ୍ଲୀ ଏଲ୍‌ଜିଙ୍କୁ ପକ୍ଷ କରାଯାଇଥିବା ବେଳେ ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭିଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ କୋର୍ଟ କହିଛନ୍ତି।

ସମ୍ୱିଧାନର ମୂଳ ବ୍ୟବସ୍ଥା ଓ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶର ଊର୍ଦ୍ଧ୍ୱକୁ ଯାଇ ଏହି ଅଧ୍ୟାଦେଶ କରାଯିବା ଅସାମ୍ୱିଧାନିକ ବୋଲି ଆପ୍‌ ସରକାର କୋର୍ଟରେ ଅଭିଯୋଗ କରିଛି। ଏହି ଅଧ୍ୟାଦେଶକୁ ରଦ୍ଦ କରିବାକୁ ଆପ୍‌ ସରକାର କୋର୍ଟରେ ନିବେଦନ କରିଛି।

ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖି ୪୦୦ରୁ ଅଧିକ ବିଶେଷଜ୍ଞ ପରାମର୍ଶଦାତାଙ୍କୁ ହଟା ଯିବା ଉପରେ ସ୍ଥଗିତାଦେଶ ଦେବାକୁ ନିବେଦନ କରିଥିଲେ।

ଏହାକୁ ବିରୋଧ କରି ସୋଲିସିଟର ଜେନେରାଲ ଯୁକ୍ତି ବାଢ଼ିଥିଲେ ଯେ ଏହି ପଦବୀମାନଙ୍କରେ ବିଧାୟକମାନଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ନଚେତ୍ ଆପ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.