ପେନ୍ସନ ନେଇ ଏମିତି ରାୟ ଦେଲେ ସୁପ୍ରିମ

0

ନୂଆଦିଲ୍ଲୀ: ଶୁକ୍ରବାର ସର୍ବୋଚ୍ଚ ଅଦାଲତ ୨୦୧୪ର କର୍ମଚାରୀ ପେନ୍ସନ୍ (ସଂଶୋଧନ) ଯୋଜନାର ବୈଧତାକୁ ଜାରି ରଖିଛନ୍ତି। ପେନ୍ସନ୍ ଯୋଜାନରେ ହେବା ପାଇଁ ୧୫ ହଜାର ଟଙ୍କାର ମାସିକ ବେତନ ସୀମାକୁ ରଦ୍ଦ କରିଦିଆଯାଇଛି। ୨୦୧୪ରେ ହୋଇଥିବା ସଂଶୋଧନ ହିସାବରେ ଯେଉଁ କର୍ମଚାରୀଙ୍କ ସର୍ବାଧିକ ମାସିକ ବେତନ ଥିଲା, ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ବିନା ପେନସନ ଯୋଜନାର ଲାଭ ଉଠାଇପାରିବେ। ଯାହାଙ୍କ ବେତନ ୧୫ ହଜାରରୁ ଅଧିକ ରହିଛି, ସେମାନଙ୍କୁ ଯୋଜନାରେ  ସାମିଲ୍ ପାଇଁ ୧.୧୬ ଅତିରିକ୍ତ ଦେୟ  ଦେବାକୁ ପଡୁଥିଲା।

ସୂଚନାଯୋଗ୍ୟ, ଏହି ସଂଶୋଧନ ପୂର୍ବରୁ ସର୍ବାଧିକ ପେନ୍ସନ୍ ଯୋଗ୍ୟ ବେତନ ପ୍ରତିମାସ ୬୫୦୦ ଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ.ୟୁ,ଲଳିତ, ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ପୀଠ କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ପେନ୍ସନ୍ ଯୋଜନାରେ ସାମିଲ ହେବାର ବିକଳ୍ପ ଚୟନ କରିନାହାନ୍ତି ସେମାନେ ୬ ମାସ ଭିତରେ ନିଜକୁ ସାମିଲ୍ କରାଇ ପାରିବେ।

ପୀଠ କହିଛନ୍ତି, ଯେଉଁ ଯୋଗ୍ୟ କର୍ମଚାରୀ ମାନେ ଶେଷ ତାରିଖ ଭିତରେ ଯୋଜନାରେ ସାମିଲ ହୋଇ ପାରିନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବା ଆବଶ୍ୟକ। କେରଳ,  ରାଜସ୍ଥାନ ଏବଂ ଦିଲ୍ଲୀର ହାଇକୋର୍ଟଙ୍କ ପକ୍ଷରୁ ପାରିତ ନିଷ୍ପତ୍ତିରେ ସ୍ପଷ୍ଟତା ନଥିଲା। ୨୦୧୪ର ଏହି ସର୍ତ୍ତକୁ ପୀଠ ସାମାନ୍ୟ ପରିବର୍ତ୍ତନ କରି ୧୫ ହଜାରରୁ ଅଧିକ ବେତନ ପାଉଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ୧.୧୬ ପ୍ରତିଶତ ଅତିରିକ୍ତ ଯୋଗଦାନ ଦେବାକୁ ପଡିବ ବୋଲି କହିଥିଲେ।

Leave A Reply

Your email address will not be published.