କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0

ନାଗରିକତା ସଂଶୋଧନ ଆଇନ ବା ସିଏଏ କାର୍ଯ୍ୟକାରିତା ଉପରେ ଲାଗିବନି ରୋକ୍। ଆଜି ସର୍ବୋଚ୍ଚ ଅଦାଲତ ଶୁଣାଣି କରି ସିଏଏ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ୨୩୭ଟି ଆବେଦନ ଉପରେ ଜବାବ ଦେବାକୁ କୋର୍ଟ ସରକାରଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ସିଏଏ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।

ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରିଥିଲେ।

Leave A Reply

Your email address will not be published.