ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରପ୍ରଦେଶରେ ବେଶ ଚର୍ଚ୍ଚାରେ ଯୋଗୀଙ୍କ ବୁଲଡୋଜର ଆକ୍ସନ । ଏବେ କିନ୍ତୁ ଉତ୍ତରପ୍ରଦେଶରେ ମନଇଚ୍ଛା କାହାରି ଘର ବୁଲଡୋଜର ଦ୍ୱାରା ଭଙ୍ଗା ଯାଇପାରିବନି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲାର ଆଜି ଶୁଣାଣି ହେବ । ଏଭଳି ବେଆଇନ କାମ କରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନେବାକୁ କୋର୍ଟରେ ଆବଦେନ କରାଯାଇଛି । ଜାମିଆତ ଉଲମା ଇ ହିନ୍ଦ ଦ୍ୱାରା ଏହି ଆବେଦନ କରାଯାଇଛି । ଗତ ରବିବାର କିଛି ଅଳ୍ପ ସଂଖ୍ୟକ ସମ୍ପ୍ରଦାୟ ଲୋକଙ୍କ ଘରକୁ ବୁଲଡୋଜ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । ଏଥିପାଇଁ ତା ପୂର୍ବଦିନ ବିଳମ୍ବିତ ରାତିରେ ନୋଟିସ ପଠାଯାଇଥିଲା । ଘର ଗୁଡ଼ିକ ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ କାନପୁର ହିଂସାରେ ସମ୍ପୃକ୍ତି ଥିବା କଥା କହି ପ୍ରଶାସନ ପକ୍ଷରୁ ଏଭଳି ବେଆଇନ କାମ କରାଯାଇଥିବା ଆବେଦନ ହୋଇଛି । ଏହି ମାମଲାର ଆଜି ଶୁଣାଣି ହେବ । ବୁଲଡୋଜର ମାଧ୍ୟମରେ ଏଭଳି ହିଂସାକୁ ରୋକ ଲଗାଇବା ପାଇଁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ, ଏହି କାର୍ୟ୍ୟ ଉତ୍ତରପ୍ରଦେଶର ଧାରା ୧୦ (ବିଲଡିଂ ଅପରେସନ୍ସ ରେଗୁଲେସନ୍) ଅଧିନିୟମ, ୧୯୫୮ ଏବଂ ଉତ୍ତରପ୍ରଦେଶ ସହରୀ ଯୋଜନା ଏବଂ ବିକାଶ ଆଇନ, ୧୯୭୩ ର ଧାରା ୨୭ ର ଉଲ୍ଲଂଘନ କରୁଛି । ଏହି ନିୟମଗୁଡ଼ିକରେ କିଛି ବ୍ୟବସ୍ଥା ଅଛି ଯେପରି କୌଣସି ନିର୍ମାଣର ମାଲିକଙ୍କୁ ୧୫ ଦିନ ନୋଟିସ୍ ଦେବା ଏବଂ କାର୍ୟ୍ୟ ବନ୍ଦ କରିବାକୁ ଆବେଦନ କରିବାକୁ ସମ୍ପତ୍ତି ମାଲିକଙ୍କୁ ୩୦ ଦିନ ସମୟ ଦେବା ଜ୍ଝ କିନ୍ତୁ ସେମାନଙ୍କୁ ୟୁପିରେ ଅନୁସରଣ କରାଯାଉନାହିଁ। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ବୁଲଡୋଜର ଆକ୍ସନ ବିରୋଧରେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଦିଲ୍ଲୀର ଜାହାଙ୍ଗୀରପୁରୀରେ ମଧ୍ୟ ଏଭଳି କାର୍ୟ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି କୌଣସି ନିର୍ମାଣକୁ ନଷ୍ଟ ନକରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍।