ପ୍ରତ୍ୟାହାର ହେଲା ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ଆଦେଶ

0

ନୂଆଦିଲ୍ଲୀ(ଆମ ଟିଭି): ଲୋକସଭାରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ କଂଗ୍ରେସର ୪ ଲୋକସଭା ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳଗୁଡ଼ିକ ଦୀର୍ଘ ୫୦ ଘଣ୍ଟା କାଳ ସଂସଦ ବାହାରେ ଆନ୍ଦୋଳନ କରିଥିଲେ। ଶେଷରେ ଆଜି ବାଚସ୍ପତି ଓମ ବିର୍ଲା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ଏହାସହ ବାଚସ୍ପତି ବିର୍ଲା ବିରୋଧୀ ସାଂସଦମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯଦି କେହି ଗୃହରେ ପ୍ଲାକାର୍ଡ ଦେଖାଇବେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ବିରୋଧୀଙ୍କ ଦାବି ଅନୁସାରେ ଆଜି ଲୋକସଭାରେ ଦରଦାମ ଓ ବେକାରୀ ସମସ୍ୟା ଉପରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି।

ସୋମବାର ବିରୋଧୀଙ୍କ ସହମତିରେ ଏହି ସାଂସଦଙ୍କ ନିଲମ୍ୱନ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ରଖାଯାଇଥିଲା। ଏହା ପରେ ନିଲମ୍ୱିତ ସାଂସଦଙ୍କୁ ଗୃହ କାର୍ଯ୍ୟରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଥିଲା। ସଂସଦରେ  ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଦୁଇ ଗୃହରେ ହାଙ୍ଗାମା ଜାରି ରହିଥିଲା। ଦରମାଦ ବୃଦ୍ଧି, ବେରୋଜଗାର, ଜିଏସଟି  ଭଳି ପ୍ରସଙ୍ଗ ଉପରେ ବିରୋଧୀ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସର ୪ ଜଣ ସାଂସଦ ପ୍ଲାକାର୍ଡ ଦେଖାଇଥିଲେ।ଏହାପରେ ସାଂସଦଙ୍କୁ ପୂରା ଅଧିବେଶନରେ ନିଲମ୍ୱିତ କରିଦିଆଯାଇଥିଲା। ସେହିଭଳି ରାଜ୍ୟସଭାରେ ମଧ୍ୟ ୨୩ ଜଣ ସାଂସଙ୍କୁ ନିଲମ୍ୱିତ କରାଯାଇଥିଲା।

Leave A Reply

Your email address will not be published.