ଯବାନଙ୍କ ଗୁଳିରେ ଆତଙ୍କବାଦୀ ନିହତ

0

ନୌଶେରା: ଶୁକ୍ରବାର ରାତିରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅଞ୍ଚଳର ନୌଶେରା ସେକ୍ଟର୍‌ ନିକଟ ନିୟନ୍ତ୍ରଣ ରେଖାସ୍ଥିତ ସୀମାନ୍ତ ଆରପଟୁ ଏପଟକୁ ପ୍ରବେଶ କରୁଥିବା ଜଣେ ଆତଙ୍କବାଦୀ ଭାରତୀୟ ସେନାର ଗୁଳି ଚୋଟରେ ନିହତ ହୋଇଥିବା କଥା ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି।ଆଜି ଅସ୍ତ୍ରଶସ୍ତ୍ର ସମେତ ଉକ୍ତ ଆତଙ୍କବାଦୀଙ୍କର ଶବ ଉଦ୍ଧାର କରାଯାଇଛି।

ସଂଗୃହୀତ ତଥ୍ୟାବଳି ଅନୁସାରେ, ନୌଶେରା ସେକ୍ଟର୍‌ର କାଲାଲ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଭାରତ ପଟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ।

ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି, ସଜାଗ ଥିବା ସେନା ଏହି ଅନୁପ୍ରବେଶ ଉଦ୍ୟମ ନିଷ୍ଫଳ କରିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ନି‌ଷ୍ଫଳ କରାଇବା ଅଭିଯାନରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ସେନା ଅଭିଯାନ ଚାଲିଛି।

ଉଲ୍ଲେଖଯୋଗ୍ୟ, ଉତ୍ତର କଶ୍ମୀରର ମାଚିଲ ସେକ୍ଟର୍‌ରେ ପାଟ୍ରୋଲିଙ୍ଗ୍‌ କରୁଥିବା ସମରେ ତୁଷାରସ୍ଖଳନ ହେବାରୁ ସେନାର ଅନ୍ୟୂନ ୩ଜଣ ଯବାନ ତୁଷାରରେ ପୋତି ହୋଇ ସହିଦ ହୋଇଛନ୍ତି। ଏହାଛଡ଼ା, ପାଟ୍ରୋଲିଙ୍ଗ୍‌ ପାର୍ଟିର ଜଣେ ଯବାନଙ୍କ ଶରୀରର ତାପମାତ୍ରା ଅସ୍ବାଭାବିକ ଭାବେ ହ୍ରାସ ପାଇବାରୁ ତାଙ୍କୁ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.