ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

0

ଭୁବନେଶ୍ବର (ଆମ ଟିଭି): ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭି ଓ ମାନି ।

ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ସାତ ବର୍ଷ ପରେ, ଅଭି ଆଉ ସେହି ପୁରୁଣା ମଣିଷ ହୋଇ ରହିନାହିଁ। ମାନିର ମୃତ୍ୟୁ ଖବର ତାକୁ ଏକ ଶାନ୍ତ କିନ୍ତୁ ଭୟଙ୍କର ବ୍ୟକ୍ତିତ୍ୱରେ ପରିଣତ କରିଦେଇଛି । ସେ ଗମ୍ଭୀର ଏବଂ ସଂଯମ। ଅନ୍ୟପଟେ ମାନି ନିଜର ପୁରୁଣା ସ୍ମୃତିକୁ ହରାଇ ଏକ ଅଲଗା ଦୁନିଆରେ ବଞ୍ଚିଛି। ସେ ମାନସିକ ଅସୁସ୍ଥତା ସହ ସଂଗ୍ରାମ କରିବା ସହିତ ନିଜର ଛଅ ବର୍ଷର ପୁଅ ‘ଗୋଲୁ’କୁ ବଡ଼ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛି।

ମାଧବ ଚରିତ୍ର ପ୍ରତିଶୋଧ ନେବା ପାଇଁ ମାନିର ମନରେ ଲୁଚି ରହିଥିବା କ୍ରୋଧକୁ ଉସୁକାଉଥିବା ବେଳେ କାହାଣୀରେ ଆରମ୍ଭ ହେଉଛି ଏକ ଭୟଙ୍କର ଷଡ଼ଯନ୍ତ୍ର ଯାହା ଜଣେ ମାନି କୁ ନିଜ ଭାଗ୍ୟ ବିରୁଦ୍ଧରେ ଛିଡ଼ା କରିଦେଇପାରେ।

ନାଟକ ପ୍ରିୟ ଗୋଲୁ (ମାନି ର ପୁଅ) ନିଜର ବିଭିଁନ୍ନ ବେଶଭୂଷା ଏବଂ ଚପଳତା ମାଧ୍ୟମରେ ସମସ୍ତଙ୍କ ଜୀବନରେ ଉତ୍ସାହ ଓ ଭରସା ଭରିଦେଉଛି। ତେବେ କାହାଣୀରେ ଆସୁଛି ଏକ ରୋମାଞ୍ଚକର ଇମୋସନାଲ୍ ଥ୍ରୀଲର …

ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ ସମୂହକୁ ମିଳିଛି ଦର୍ଶକଙ୍କ ଭଲ ପାଇବା, ଜୀ ସର୍ଥାକର ‘ତୁ ଖରା ମୁଁ ଛାଇ’ ମଧ୍ୟ ଏକ ସପରିବାର ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଜୀବନରେ ପ୍ରେମ ଉପରେ ବିଶ୍ବାସ କେତେ ଶକ୍ତି ଦେଇଥାଏ ତାହା ଆମ ଦର୍ଶକ ଦେଖି ଉତ୍ସାହିତ ହେବେ ବୋଲି ପ୍ରତିଶୃତି ଦେଉଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ ।

Leave A Reply

Your email address will not be published.