ପୁଣି ଟ୍ରେନରେ ଲାଗିଲା ନିଆଁ

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ପୁଣି ଟ୍ରେନରେ ନିଆଁ ଲାଗିଛି । ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ବିଡ୍‌ ଜିଲା ଅନ୍ତର୍ଗତ ଆଷ୍ଟି ସହରରୁ ଅହମଦନଗର ଯାଉଥିବା ଡେମୁ ଟ୍ରେନ୍‌ର ୫ଟି ବଗିରେ ନିଆଁ ଲାଗିଯାଇଥିଲା। ଏହାପରେ ଟ୍ରେନରୁ ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା।

ସୂଚନା ଅନୁସାରେ ନାରାୟଣଡୋହ ଏବଂ ଅହମଦନଗର ଷ୍ଟେସନ ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଗାର୍ଡ ପାଖ ବ୍ରେକ୍‌ ଭ୍ୟାନ୍‌ ଏବଂ ଏହା ନିକଟରେ ଥିବା ୪ଟି ବଗିରେ ନିଆଁ ଲାଗିଯାଇଥିଲା। ୪ଟି ଦମକଳ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳକୁ ରିଲିଫ୍‌ ଟ୍ରେନ୍‌ ପଠାଯାଇଛି।

Leave A Reply

Your email address will not be published.