ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ପରିବହନ ମହାସଂଘ

0

ଭୁବନେଶ୍ୱର(ଆମ ଟିଭି): ଧର୍ମଘଟରୁ ଓହରିଲା ପରିବହନ ମହାସଂଘ । ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ପରେ ଧର୍ମଘଟରୁ ଓହରିଛନ୍ତି ପରିବହନ ଶ୍ରମିକ। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ମହାସଂଘ। ପୂର୍ବରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ। ଆନ୍ଦୋଳନ ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତିଙ୍କ ସୂଚନା ଦେଇଛନ୍ତି।

ତେବେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ବିକ୍ରି ଏକ ପ୍ରକାର ଅସୁବିଧା ଭିତରକୁ ଆସିବା ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ଗତ ୩ ଦିନ ହେଲା ହିଟ୍ ଆଣ୍ଡ ରନ୍ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମକୁ ବିରୋଧ କରି ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଡାକରା ଦିଆଯାଇଥିଲା। ଏଥିଯୋଗୁ ମଧ୍ୟ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା।

Leave A Reply

Your email address will not be published.