ପୃଥିବୀ ଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
ନୂଆଦିଲ୍ଲୀ (ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଏହି ଉପଲକ୍ଷେ ସରକାର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଯାଇଛି।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରା ହେବା ଅବସରରେ ସ୍ପେସ୍ କିଡ୍ଜ ଇଣ୍ଡିଆ ଏହି ତ୍ରିରଙ୍ଗା ଉଡ଼ାଇଛି। ବେଲୁନ୍ ସାହାଯ୍ୟରେ ପୃଥିବୀଠାରୁ ପାଖାପାଖି ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚକୁ ତ୍ରିରଙ୍ଗା ପଠାଇ ସେଠାରେ ସମ୍ମାନର ସହ ଉଡ଼ାଇଛି ସ୍ପେସ୍ କିଡ୍ଜ ଇଣ୍ଡିଆ। ଏହି ସଂସ୍ଥା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହାର ଭିଡିଓ ମଧ୍ୟ ଅପ୍ଲୋଡ୍ କରିଛି। କହି ରଖୁଛୁ, ସ୍ପେସ୍ କିଡ୍ଜ ଇଣ୍ଡିଆ ଦେଶର ଯୁବ ବୈଜ୍ଞାନିକମାନଙ୍କୁ ପ୍ରସ୍ତୁତ କରୁଥିବା ଏକ ସଂସ୍ଥା।