ହ୍ୟାକ୍‌ ହେଲା କେନ୍ଦ୍ର ଜଳ ଶକ୍ତି ବିଭାଗର ଟ୍ବିଟର୍‌ ଆକାଉଣ୍ଟ

0

ନୂଆଦିଲ୍ଲୀ : କେନ୍ଦ୍ର ଜଳ ଶକ୍ତି ବିଭାଗର ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ । ଦିଲ୍ଲୀ ଏମ୍‌ସ ହସ୍ପିଟାଲ ସର୍ଭର ହ୍ୟାକ୍‌ ହେବାର କିଛିଦିନ ପରେ ଏବେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ଟ୍ବିଟର୍‌ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି । ଗୁରୁବାର ସକାଳେ ପ୍ରଥମେ ଟ୍ବିଟର୍‌ ପେଜ୍‌ ହ୍ୟାକ୍‌ କରିଥିଲା ଅଜଣା ହ୍ୟାକର୍‌ । ଯାହା ଫଳରେ ପେଜ୍‌ରେ ଅନେକ ଗୁଡିଏ ସନ୍ଦେହଜନକ ପୋଷ୍ଟ ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ବିଭାଗ ଟ୍ବିଟର୍‌ ପେଜରେ ପ୍ରଥମେ କ୍ରିପ୍ଟୋ ଓ୍ବାଲେଟ୍‌ ଏବଂ ସୁଇ ଓ୍ବାଲେଟ୍‌ ସମ୍ବନ୍ଧରେ ପୋଷ୍ଟ କରାଯାଇଥିଲା । ସକାଳ ୫.୩୮ରେ ଏଭଳି ପୋଷ୍ଟ କରାଯାଇଥିଲା । ଏପରିକି ପେଜର ପ୍ରୋଫାଇଲ ଫଟୋ ତ୍ରିରଙ୍ଗା ଥିବା ବେଳେ ତାହାକୁ ବଦଳାଇ ସୁଇର ଲୋଗୋ ଥିବା ଫଟୋ ରଖାଯାଇଥିଲା । ଏହା ସହିତ କଭର ଫଟୋ ମଧ୍ୟ ବଦଳା ଯାଇ ସୁଇ ଲୋଗୋ ରଖାଯାଇଥିଲା ।

ତେବେ ହ୍ୟାକ୍‌ ହେବାର କିଛି ଘଣ୍ଟା ପରେ ଜଳ ଶକ୍ତି ମନ୍ତ୍ରାଳୟର ଟ୍ବିଟର ପେଜ୍‌କୁ ଠିକ୍‌ କରାଯାଇଥିଲା । ଏହା ସହିତ ହ୍ୟାକର୍‌ କରିଥିବା ଟ୍ବିଟ୍‌ ଗୁଡିକୁ ମଧ୍ୟ ଡିଲିଟ୍‌ କରାଯାଇଥିଲା । ସୁରକ୍ଷା ବିଭାଗ ଏବଂ ସାଇବର ବିଶେଷଜ୍ଞମାନେ ଏ ନେଇ ତଦନ୍ତ ଜାରି ରଖିଛନ୍ତି । ହ୍ୟାକର୍‌ ଭାରତ ଭିତରର କିମ୍ବା ବାହାର ଦେଶର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଅଧିକ ତନ୍ତ ଜାରି ରହିଛି ।

Leave A Reply

Your email address will not be published.