ବ୍ଲୁ ପ୍ଳାଗ ବିଚ୍ ଯାଇ ‘ମୋ ମାଟି ମୋ ଦେଶ’ ସମ୍ପର୍କିତ ବାଲୁକା କଳାର ପରିଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

0

ପୁରୀ (ଆମ ଟିିଭି): ବ୍ଲୁ ପ୍ଳାଗ ବିଚ୍ ଯାଇ ‘ମୋ ମାଟି ମୋ ଦେଶ’ ସମ୍ପର୍କିତ ବାଲୁକା କଳାର ପରିଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଛନ୍ତି ସୀତାରମଣ । ଏହି କଳାକୃତି ପରିଦର୍ଶନ କରି କିଛି ସମୟ ରହିବା ପରେ ଫଟୋ ଉଠାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ୟ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପଂଚ ପ୍ରାଣ ଶପଥ ଗ୍ରହଣ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି ।

ଦିନ ସାଢେ ୧୦ଟାରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ବୀରହରେକୃଷ୍ଣପୁରରେ ଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ ହେବ । ପୁରୀରେ କାର୍ୟ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱରରେ କୁଇ ଓ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ । ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ । ଏହା ପରେ ଅପରାହ୍ଣ ୫ଟାରେ ଦୁଇ କେନ୍ଦ୍ରମନ୍ତ୍ରୀ ବିଂଶତମ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବେ । ସକାଳେ ଶ୍ରୀମନ୍ଦିର ଯାଇ ଚତୁଃଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଥିଲେ ନିର୍ମଳା।

 

Leave A Reply

Your email address will not be published.