ଭୁବନେଶ୍ବର (ଆମ ଟିଭି): ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ଭେଟି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶାର ତିନୋଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ । ଏହି ରେଳ ଲାଇନରେ ୧୩ଟି ଷ୍ଟେସନ୍ ନିର୍ମାଣ ହେବ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ମୁତାବକ, ୧୩୮ କିଲୋମିଟରର ନୂଆ ରେଳ ଲାଇନ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ୍ ହେଲେ ବରଗଡ଼ରୁ ରାୟପୁରକୁ ଗମନାଗମନ ସୁବିଧା ହେବ ।