ଭୁବନେଶ୍ୱର(ଆମ ଟିଭି): ପୁଣି ଆନ୍ଦୋଳନରୁ ଓହରିଲା ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ । ଆସନ୍ତାକାଲିଠାରୁ ଆନ୍ଦୋଳନ କରିଥାନ୍ତେ, କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା ।
ଏହା ପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ । ଏଥିରେ ମେୟର, ବିଧାୟକଙ୍କ ସହ ଆଲୋଚନା ହେବ ବୋଲି ସୂଚନା ରହିଛି । ସଂଘର ଦାବି ରହିଛି ଯେ ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ । ପୂର୍ବଭଳି ବଡ ଗାଡିକୁ ଏହି ସବୁ ରାସ୍ତାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ।