ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ଗ୍ରେଡ୍ 

0

ଭୁବନେଶ୍ଵର (ଆମ ଟିଭି): ପୁଣି ତାର ମାନ ଫେରି ପାଇଲା ଉତ୍କଳ ବିଶ୍ଵବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । ନାକ ଟିମର ପୁନଃ ବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡିଟେସନ୍ କାଉନସିଲ (ନ୍ୟାକ୍) ଟିମ୍ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ ।

ଏହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏଥର ଟିମ୍ ୱାର୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି ।ଆଗକୁ ସବୁୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ ।

Leave A Reply

Your email address will not be published.