ବର୍ଷା-ଅନୁଭବ ବିବାଦକୁ ନେଇ ହାଇକୋର୍ଟ ଶୁଣାଇଲେ ଏହି ରାୟ
ଭୁବନେଶ୍ୱର(ଆମ ଟିଭି): ସମୟ ଗଡ଼ିବା ସହ ଭିନ୍ନ ଭିନ୍ନ ମୋଡ଼ ନେଉଛି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଏହି ମାମଲା ହାଇକୋର୍ଟରେ ଥିବା ବେଳେ ଆଜି ଏହାକୁ ନେଇ ଆସିଛି ଏକ ବଡ଼ ରାୟ । ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଆଉ କିଛି ସମୟ ନେଇଛନ୍ତି । ଉଭୟଙ୍କ ପାରିବାରିକ ବିବାଦ ନେଇ ଶୁଣାଣି ଆଉ କିଛି ଘଞ୍ଚାଇବା ନେଇ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ଷାଙ୍କ ପିଟିସନ ଅନୁସାରେ ଶୁଣାଣି ତାରିଖରେ ପରିବର୍ତ୍ତନ କରାଯାଇଛି ।
ସୂଚନା ଅନୁସାରେ, ଅନୁଭବ ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ୟ୍ୟ କରିଛନ୍ତି ହାଇକୋର୍ଟ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଅନୁଯାୟୀ, ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଏହି ଶୁଣାଣି ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଫ୍ୟାମିଲ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ମାମଲା ଆଗକୁ କେଉଁ ମୋଡ ନେୁଛି, ତାହା ଦେଖିବାର ବିଷୟ ।