ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାୟିଡ଼ୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି । ଆସନ୍ତା ମାସ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ରେ ଅନୁଷ୍ଠିତ ହେବ। କାର୍ୟ୍ୟକାଳ ଅଗଷ୍ଟ ୧୧ ରେ ଶେଷ ହେବ । ଜୁଲାଇ ୫ ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ଆସିବ । ଜୁଲାଇ ୧୯ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ରାଜ୍ୟସଭାର ଚେୟାର୍ମ୍ୟାନ୍ ଭାବେ ଉପରାଷ୍ଟ୍ରପତି କାର୍ଯ୍ୟ କରିଥାନ୍ତି ।