ସୋସିଆଲ ମିଡିଆରେ ଭାଇରାଲ ହେଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭିଡିଓ, ମୁହଁରୁ ମାସ୍କ ନକାଢି ପାନ କଲେ ଠାକୁରଙ୍କ ଚରଣାମୃତ

0

ନୂଆଦିଲ୍ଲୀ(ଆମ ଟିଭି): ସୋସିଆଲ ମିଡିଆରେ ଭାଇରାଲ ହେଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭିଡିଓ, ମୁହଁରୁ ମାସ୍କ ନକାଢି ପାନ କଲେ ଠାକୁରଙ୍କ ଚରଣାମୃତ।   ବାସ୍ତବରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏକ ମନ୍ଦିର ଦର୍ଶନ ସମୟରେ ମୁହଁରୁ ମାସ୍କ ନକାଢି ଠାକୁରଙ୍କ ଚରଣାମୃତ ପାନ କରିଥିଲେ । ଲୋକମାନେ ଏହି ଭାଇରାଲ ଭିଡିଓକୁ ବହୁତ ଉପଭୋଗ କରୁଛନ୍ତି । ତେବେ ଏହି ଭିଡିଓଟି ଜୈସଲମେରରେ ଅବସ୍ଥିତ ପ୍ରସିଦ୍ଧ ରାମଦେବ ମନ୍ଦିର ବୋଲି କୁହାଯାଉଛି । ସେପ୍ଟେମ୍ବର ୨ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦର୍ଶନ ପାଇଁ ଆସିଥିଲେ । ଚାରି ଦିନ ପୁରୁଣା ଏହି ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅଶୋକ ଗେହଲୋଟ୍ ଶୁକ୍ରବାର ଦିନ ଜୈସଲମେର ନିକଟ ରାମଦେବସ୍ଥିତ ଲୋକ ଦେବତା ବାବା ରାମଦେବ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ଭକ୍ତ ମୋଦି ମୋଦି ସ୍ଲୋଗାନ ଦେଇଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ‘ଭିଆଇପି’ ପାଇଁ ଉଦ୍ଦିଷ୍ଟ ଏକ ରାସ୍ତା ଦେଇ ମନ୍ଦିର ପରିସରରେ ପ୍ରବେଶ କରିଥିଲେ । ସେତେବେଳେ କିଛି ଭକ୍ତ ଧାଡ଼ିରେ ଠିଆ ହୋଇ ଅଶୋକ ଗେହଲଟ୍ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ । ଏହାର ଜବାବରେ ଅନ୍ୟ ଏକ ଭକ୍ତ ଦଳ ପଛରେ ଠିଆ ହୋଇ ମୋଦି ମୋଦି ସ୍ଲୋଗାନ ଦେଇଥିଲେ ।

Leave A Reply

Your email address will not be published.