ମୁଣ୍ଡଳିରେ କମୁଛି ଜଳପ୍ରବାହ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଲଗାଣ ବର୍ଷାରେ ବ୍ରେକ୍ ଲାଗିବା ପରେ ମୁଣ୍ଡଳିରେ ଜଳପ୍ରବାହ କମିବାରେ ଲାଗିଛି । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଞ୍ଚଳରେ ପଶିପାରେ ।

ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳମୁଣ୍ଡ ପାଇଁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଛି ଜଳସମ୍ପଦ ବିଭାଗ । ୧୬ ଜିଲ୍ଲାରେ ଉଦ୍ଧାର କାର୍ୟ୍ୟ ପାଇଁ ୧୦୬ଟି ଟିମକୁ ନିୟୋଜିତ କରାଯାଇଛି । ଏଥିରେ ଓଡ୍ରାଫ୍ର ୧୩, ଏନଡିଆରଏଫ୍ ୮ ଓ ଅଗ୍ନିଶମର ୮୫ ଟିମ୍ ରହିଛି ।

Leave A Reply

Your email address will not be published.