ବଢୁଛି ହୀରାକୁଦର ଜଳସ୍ତର

0

ସମ୍ବଲପୁର (ଆମ ଟିଭି): ପ୍ରବଳ ବର୍ଷା ଫଳରେ ବଢୁଛି ହୀରାକୁଦର ଜଳସ୍ତର । ଏହାରି ଭିତରେ ଆଜି ସକାଳ ସୁଦ୍ଧା ହୀରାକୁଦ ଜଳସ୍ତର ୬୧୦ ଫୁଟ ଡେଇଁଛି। ଉପରମୁଣ୍ତରେ ବର୍ଷାପରିମାଣ ବଢିଥିବାରୁ ଗତକାଲି ଠୁ ସବାଧିକ ପାଣି ପ୍ରଵେଶ କରୁଛି । ଆଜି ସକାଳ ୬ ଟା ସୁଦ୍ଧା ୬୧୧.୦୪ ଫୁଟ ଜଳସ୍ତର ହୋଇଥିବା ବେଳେ ସେକେଣ୍ତ ପ୍ରତି ୧ଲକ୍ଷ ୪୭ ହଜାର ୪୬୮ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଭଲି ସ୍ଥିତିରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇ ତୁରନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି ।

ଦୁଇ ଦିନ ପୂର୍ବରୁ ୬୦୫ ଫୁଟ ଜଳସ୍ତର ରହିଥିବା ବେଳେ ଉପରମୁଣ୍ତରୁ ଜଳପ୍ରବେଶ ବଢିବାରୁ ଜଳସ୍ତର ବଢିବାରେ ଲାଗିଛି । ଚଳିତ ବର୍ଷ ବଡଧରଣ ବର୍ଷା ହୋଇନଥିବାରୁ ଗେଟ ମଧ୍ୟ ବିଲମ୍ବର ଖୋଲିବ । ଉପର ମୁଣ୍ତର ବର୍ଷା ପରିମାଣ କୁ ନଜରରେ ରଖି ଗେଟ ଖୋଲଯିବ ।

Leave A Reply

Your email address will not be published.