ସମ୍ବଲପୁର (ଆମ ଟିଭି): ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ ଖୋଲାଯାଇଛି । ଜଳସ୍ତର ବଢୁଥିବାରୁ ଆହୁରି ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏବେ ହୀରାକୁଦରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨ ହଜାର ୫୦୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।
ପାଣି ଆସୁଥିବା ବେଳେ କଟକ ମୁଣ୍ଡଳୀରେ ଏବେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ନିସ୍କାସିତ ହେଉଛି । ସେହିପରି ବରମୁଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ନିସ୍କାସନ କରାଯାଉଛି । ବନ୍ୟା ଜଳ ଆସୁଥିବାରୁ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଭାଙ୍ଗିଥିବା ଘାଇରେ ବାଲି ବସ୍ତା ପକାଇ ରଖାଯାଇଛି ।