ସମ୍ବଲପୁର (ଆମ ଟିଭି): ଛତିଶଗଡ଼ ପାଣି ଛାଡ଼ିବା ପରେ ହୀରାକୁଦରେ ବଢୁଛି ଜଳସ୍ତର । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି ।
ସେପଟେ ୬୦୬.୪୧ ଫୁଟରେ ପହଞ୍ଚିଲାଣି ହୀରାକୁଦ ଡ୍ୟାମର ଜଳସ୍ତର ।