ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

0

ସମ୍ବଲପୁର(ଆମ ଟିଭି): ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜି ସକାଳ ୬ଟା ୩୦ ସୁଦ୍ଧା ୬୦୪ .୪୩ ଫୁଟ ଜଳସ୍ତର ରହିଥିବାବେଳେ ଏହି ସ୍ତର ଅଧିକ ବଢ଼ିବା ସମ୍ଭାବନା ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ଲକ୍ଷ ୪୨ ହଜାର ଘନଫୁଟ ଜଳା।

ସେପଟେ ବିଭିନ୍ନ କେନାଲ ଦେଇ ନିଷ୍କାସନ ହେଉଛି ୩୪ ହଜାର ଘନଫୁଟ ଜଳ। ତେଣେ ଆସନ୍ତା ୬ରେ ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ଖୋଲିବ ଗେଟ। ତଳିଆ ଅଞ୍ଚଳ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

 

Leave A Reply

Your email address will not be published.