ଜ଼ୀ ସାର୍ଥକର ଲୋକପ୍ରିୟ ଧାରାବାହିକ “ତୁମ ବିନା”ରେ ଅକ୍ଷୟ ଓ ଲକ୍ଷ୍ମୀଙ୍କ ବିବାହ ଉତ୍ସବ
ଭୁବନେଶ୍ୱର (ଆମ ଟିଭି): ଓଡିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ ଧାରାବାହିକ, ସେହିପରି ଏକ ଧାରାବାହିକ ଧାରାବାହିକ “ତୁମ ବିନା” ସଫଳତାର ସହ ଆଗେଇ ଚାଲିଛି ଓ ଦର୍ଶକଙ୍କ ଭଲପାଇବା ପାଇଛି ।
ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୮:୦୦ ରେ ପ୍ରସାରିତ ହେଉଥିବା ଏହି ଭିନ୍ନ ଧରଣର ଏଇ ଧାରାବାହିକ ମୁଖ୍ୟ ଚରିତ୍ର ରେ ନଜର ଆସୁଥିବା ଅକ୍ଷୟ ଓ ଲକ୍ଷ୍ମୀ ଙ୍କ ହେଉଛି ଶୁଭ ବିବାହ। ଦୁହିଁଙ୍କ ଜୀବନରେ ଅନେକ ରୋଚକ ମୋଡ଼ ଆସୁଛି ହେଲେ ସବୁବେଳେ ତାଙ୍କୁ ସାଥ ଦେଇଛି ବିଧାତା। ବିଧାତା ଲେଖିଛି ଏଇ ପ୍ରେମ କାହାଣୀ। ସମୟ ର ଚକ୍ରବ୍ୟୁହରେ ଆସୁଥିବା ସମସ୍ତ ସଙ୍କଟକୁ ପାରି କରି କ’ଣ ଏଇ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିବ ଦୁହିଁଙ୍କ ଜୀବନ ତାହା ଆଗକୁ ଦେଖିବେ ଦର୍ଶକ ? ତେବେ ସହଜ ହେବ ନାହିଁ ଦୁଇ ଜଣଙ୍କୁ ଏହି ବିବାହ ଓ କାରଣ ଦର୍ଶକ ପାଇପାରିବେ କେବଳ ପ୍ରିୟ ତାଙ୍କ ଚ୍ଯାନେଲ ଜୀ ସାର୍ଥକର ‘ତୁମ ବିନା’ ଧାରାବାହିକ ର ଆଗାମୀ ଅଧ୍ୟାୟରେ ।
ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ ଆମେ ସବୁବେଳେ ଓଡ଼ିଆ ନାରୀର ଅଦମ୍ୟ ସାହସ, ତ୍ୟାଗ ଓ ଭଲପାଇବାକୁ ଆମ ଦର୍ଶକଙ୍କୁ ଦେଖାଇଥାଉ । ମନୋରଂଜନ ମାଧ୍ୟମରେ ପ୍ରତି ଓଡ଼ିଆ ନାରୀକୁ ସଫଳତାର ମନ୍ତ୍ର ଦେବାପାଇଁ ଆମେ ସବୁବେଳେ ପ୍ରତିଶ୍ରୁତି ବଦ୍ଧ ତେଣୁ ତେଣୁ ‘ତୁମ ବିନା’ ନିୟମିତ ଦେଖନ୍ତୁ ଏବଂ ଧାରାବାହିକ କୁ ଢେର ଭଲ ପାଇବା ଦିଅନ୍ତୁ ବୋଲି ଶ୍ରୀ ପ୍ରତୀକ ସିଲ ସମସ୍ତ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।