ଜୀ ସାର୍ଥକ “ସୁନା ଝିଅ”ରେ ରବିବାର ସନ୍ଧ୍ୟା ୭:୩୦ରେ ହେବ ବିବାହ ମହାଅଧ୍ୟାୟ
ଭୁବନେଶ୍ୱର (ଆମ ଟିଭି): ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ବ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଯେଉଁଥିପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ ।

ନୂଆ ବର୍ଷ ଅବସରରେ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ପାରିବାରିକ ଧାରାବାହିକ ‘ସୁନା ଝିଅ’କୁ ମିଳିଛି ଖୁବ କମ ଦିନରେ ଅଶେଷ ଭଲପାଇବା । ଏବେ ‘ସୁନା ଝିଅ’କାହାଣୀରେ ଆସିବାକୁ ଯାଉଛି ନୂଆ ମୋଡ । ଆସନ୍ତା ରବିବାର ସନ୍ଧ୍ୟା ୭:୩୦ଟାରେ ଦର୍ଶକ ଦେଖିବେ ସୁନା ଝିଅ ର ବିବାହ ମହାଅଧ୍ୟାୟ l

ତେବେ କାହାଣୀ ଏବେ ରୋଚକ ସ୍ଥାନରେ ଆସି ପହଞ୍ଚିଛି । ପ୍ରିୟା ଏବେ ଜେଲରୁ ମୁକ୍ତି ପାଇବା ସହିତ ବଂଶୁ ସହ ପୁଣି ଦେଖାହୋଇଛି ଓ ପୁରୁଣା ସ୍ମୃତି ସବୁ ତାଙ୍କର ଭାବର ଆକାର ନେଇଛି । ଅନ୍ୟପକ୍ଷରେ ଅଂଶୁ ଏବଂ ସମ୍ଭବର ବାହାଘର କଥା ଚାଲିଛି କିନ୍ତୁ ଭାଗ୍ୟର ରହିଛି ଅନ୍ୟ କିଛି ଯୋଜନା ।

ପ୍ରିୟା ଜାଣିବାକୁ ପାଇଛି ଯେ ସମ୍ଭବ ଓ ବଂଶୁ ପ୍ରେମରେ ରହିଛନ୍ତି । ବାହାଘର ଦିନ ପ୍ରିୟାଙ୍କ ଉପସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଛି ଭବାନୀ l ତେବେ ଭାବର ଏହି ଛକାପଞ୍ଝା ମଧ୍ୟରେ ସବୁଠୁ ବଡ ପ୍ରଶ୍ନ ଯେ ସମ୍ଭବକୁ ବାହା ହେବ କିଏ ? ଭାଗ୍ୟ କଣ ଅଂଶୁର ସାଥ ଦେବ ନା ପ୍ରେମ କାହାଣୀ କୌଣସି ଅଲଗା ରାସ୍ତା ନେବ ? ତାହା ଦେଖିବାକୁ ବାକି ରହିଲା ।

ତେବେ ଜୀ ସାର୍ଥକର ସର୍ବାଧିକ ଲୋକପ୍ରିୟ ଧାରାବାହିକ ‘ସୁନା ଝିଅ’ ରେ ଆସନ୍ତା ରବିବାର ସନ୍ଧ୍ୟା ୭:୩୦ ଟାରେ ବିବାହ ମହାଅଧ୍ୟାୟ ଦେଖିବାପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସୀଲ୍ ।