ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ପ୍ରଭୁଙ୍କ ସୂର୍ଯ୍ୟ ତିଳକ ସହ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ତାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି । ଆଉ ଏହାର ସାକ୍ଷୀ ହୋଇଛନ୍ତି ବିଶ୍ୱର କୋଟି କୋଟି ରାମ ଭକ୍ତ ।
ଏହି ଦୃଶ୍ୟ ଦେଖିବାକୁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୧୨ଟା ସମୟରେ କିନ୍ତୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦୃଶ୍ୟକୁ ନିଜ ଟାବ୍ଲୋଏଡରେ ଦର୍ଶନ କରିଥିଲେ ।