ନୂଆଦିଲ୍ଲୀ (ଆମ ଟିଭି): ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି (ଡିସେମ୍ବର ୪)ଠାରୁ ଆରମ୍ଭ ହେବ। ଚଳିତ ଅଧିବେଶନକୁ ସୁରୁଖୁୁରୁରେ ଚଳାଇବା ନେଇ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା। ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ।
ଏଥିରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।