ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

0

ନୂଆଦିଲ୍ଲୀ (ଆମ ଟିଭି): ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନ ପୁରୁଣା ସଂସଦ ଭବନରେ ହେବାର ସମ୍ଭାବନା ଅଧିକ । ସୂତ୍ର ଅନୁସାରେ, ସଂସଦୀୟ ମାମଲାର କ୍ୟାବିନେଟ କମିଟି ତାରିଖ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ । ତେବେ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୭ରୁ ୨୯ ଯାଏ ହେବାର ସମ୍ଭାବନା ରହିଛି ।

ନିକଟରେ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ନୂତନ ସଂସଦ ଭାବରେ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି । ସରକାରଙ୍କ ଦାବି ଥିଲା ଏହି ପ୍ରକଳ୍ପ ନଭେମ୍ୱର ସୁଦ୍ଧା ଶେଷ ହେବ ଏବଂ ସଂସଦର ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ହେବ । ତେବେ ସୂତ୍ର ଅନୁସାରେ, ସଂସଦର ଶୀତକାଳୀନ ଅଧିବେଶନ ପୁରୁଣା ଭବନରେ ହିଁ ହେବ। ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ୱରର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ୨୦ ଦିନ ଯାଏଁ ଚାଲିଥାଏ ।

 

 

 

Leave A Reply

Your email address will not be published.