କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ: ପ୍ରସନ୍ନ ଆଚାର୍ଯ୍ୟ

0

ଭୁବନେଶ୍ୱର (ଆମ ଟିଭି): ଫସଲ ବୀମା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ପଦ୍ମପୁର ଉପନିର୍ବାଚନ । ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିଛନ୍ତି । ଫସଲ ବୀମାକୁ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ଫସଲ ବୀମାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟାର୍ଗେଟ ପରେ ଜବାବ ରଖିଛି ବିଜେଡି ।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, ଓଡିଶା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ଅଛି, ଜାଣିଶୁଣି ପ୍ରବଞ୍ଚନାପୂର୍ଣ୍ଣ କଥା କୁହାଯାଉଛି । କ୍ଷତିପୂରଣ ପଇସା ବୀମା କମ୍ପାନୀ ଦିଏ, ରାଜ୍ୟ ସରକାର ଦିଅନ୍ତି ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ ତଥା ଅସତ୍ୟ ।

Leave A Reply

Your email address will not be published.