ନୂଆଦିଲ୍ଲୀ(ଆମ ଟିଭି): ବିଶ୍ୱ ଦେଖିଲା ଆଇଏନଏସ୍ ସୁମିତ୍ରାର ଶକ୍ତି । ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କଲା ଭାରତୀୟ ନୌସେନା । ଆଇଏନଏସ୍ ସୁମିତ୍ରା ଯୁଦ୍ଧ ଜାହାଜ ପଠାଇ ଭାରତୀୟ ନୌସେନା ଦେଖାଇଲା ଦମ୍ । ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ୍’କୁ ଉଦ୍ଧାର କରିଥିଲା । ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି ।
ଏହି ଅଭଯାନରେ ଭାରତୀୟ ନୌସେନାର ମେରାଇନ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ । ଏହି ଘଟଣା କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି । ଲୁଟେରାମାନେ ଏଠାରେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ବନ୍ଦୀ କରି ରଖିଥିଲେ । ଏହା ପରେ ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ବାହାର କରିଥିଲେ ।