‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆସନ୍ତା ଅକ୍ଟୋବର ୧ ତାରିଖରେ କେବଳ ଜୀ-ସାର୍ଥକ ଚାନେଲରେ 

0

ଭୁବନେଶ୍ୱର :ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ । ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ । ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା । ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ । ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆସନ୍ତା ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ ରେ କେବଳ ଜୀ-ସାର୍ଥକ ଚ୍ୟାନେଲରେ । ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶୀତ ‘ପ୍ରତିଶୋଧ’ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ଏଥିରେ ଏଲିନାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର ପ୍ରମୁଖ ଅଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟାନ୍ତରରେ କିପରି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ଆକ୍ସନ୍‌ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀ ମାଧ୍ୟମରେ ଏହା ଦର୍ଶକଙ୍କୁ ବାନ୍ଧି ପାରିଛି । ପୂର୍ବରୁ ପ୍ରେମ ଆଧାରିତ ଫିଲ୍ମରେ ଚୁଲ୍‌ବୁଲି ଚରିତ୍ର କରି ଦର୍ଶକୀୟ ପ୍ରଶଂସା ସାଉଁଥିବା ଏଲିନା ‘ପ୍ରତିଶୋଧ’ରେ ବେଶ୍‌ କେତୋଟି ଆକ୍ସନ ସିନ୍‌ରେ ନଜର ଆସିଛନ୍ତି । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଥିବା ବେଳେ ‘ପ୍ରତିଶୋଧ’ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ଜୀ-ସାର୍ଥକର ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.