ଆମେରିକାରେ ପ୍ରତିଷ୍ଠା ହେଲା ହିନ୍ଦୁ ମନ୍ଦିର

0

ନୂଆଦିଲ୍ଲୀ: ଆମେରିକାର ନ୍ୟୁ ଜର୍ସିରେ ରବିବାର ସ୍ବାମୀନାରାୟଣ ଅକ୍ଷରକ୍ଷାମ ମନ୍ଦିରର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଏହି ମନ୍ଦିରର ଉଦଘାଟନୀ ଉତ୍ସବ ୩୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି।

ଆମେରିକାର ନ୍ୟୁଜର୍ସିର ରୋବିନ୍ସଭିଲ ଠାରେ ଅକ୍ଷରଧାମ ମନ୍ଦିର ନିର୍ମାଣ କରାଯାଇଛ। ଏହି ମନ୍ଦିର ଦିଲ୍ଲୀ ଅକ୍ଷରଧାମ ଅପେକ୍ଷା ବହୁତ ବଡ ଏବଂ ଅଧିକ ଦୃଶ୍ୟମାନ ହେବ। ଏହି ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ସମସ୍ତ ପ୍ରମୁଖ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ୧୨ହଜାର ୫୦୦ ସ୍ବେଚ୍ଛାସେବୀ ଲାଗିଥିଲେ। ମନ୍ଦିର କାର୍ଯ୍ୟ ଶେଷ ପାଇଁ ୧୨ବର୍ଷ ସମୟ ଲାଗିଥିଲା। ତେବେ ଆଜି ଉଦ୍‌ଘାଟନୀର ସିଧାପ୍ରସାରଣ ହେବାକୁ ଯାଉଛି।

Leave A Reply

Your email address will not be published.