ଖୁବଶୀଘ୍ର ୨ୟ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ୨ୟ ଧନୀ

0

ନୂଆଦିଲ୍ଲୀ (ଆମ ଟିଭି): ଖୁବ୍‌ ଶୀଘ୍ର ୨ୟ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ୨ୟ ଧନୀ ତଥା ଇ-କମର୍ସ କମ୍ପାନୀ ଆଜାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ସେ ନିଜ ବାନ୍ଧବୀ ଲରେନ୍‌ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହରେ ଅନେକ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ । ଜେଫ୍‌ ବେଜୋସ୍‌ଙ୍କ ବାନ୍ଧବୀ ଲରେନ୍‌ ସାଞ୍ଚେଜ୍‌ ହେଉଛନ୍ତି ମେକ୍ସିକୋ-ଆମେରିକୀୟ ପରିବାରର । ସେ ପ୍ରଥମେ ଏକ ଗଣମାଧ୍ୟମରେ କାମ କରୁଥିଲେ ।

୨୦୧୮ରେ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ସମ୍ପର୍କ ଗଢି ଉଠିଥିଲା । ୨୦୧୯ରେ ଉଭୟ ସମ୍ପର୍କରେ ଥିବା ନେଇ ଘୋଷଣା ମଧ୍ୟ କରିଥିଲେ। ବିବାହରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ମହଙ୍ଗା ଜିନିଷ ଅଣାଯାଇ ବ୍ୟବହାର ହେବ । ଏହି ବିବାହରେ ପ୍ରାୟ ୬୦୦ ମିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଆଲୋଚନା ହେଉଛି। ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇସାରିଛି । ୬୦ ବର୍ଷିୟ ଜେଫ୍ ବେଜୋସ୍ ୫୦୦ ମିଲିଅନ୍ ଡଲାର୍‌ ମୂଲ୍ୟର ସୁପର୍‌ୟାଚ୍‌ରେ ସମୁଦ୍ର ଭ୍ରମଣ କରୁଥିବା ବେଳେ ଜେଫ୍ ଲରେନ୍‌ଙ୍କୁ ପ୍ରପୋଜ୍ କରିଥିଲେ। ଲରେନ୍‌ଙ୍କ ସମ୍ମତି ପରେ ତାଙ୍କ ହାତରେ ସେ ଏକ ୨୦ କ୍ୟାରେଟ୍ ହୀରା ମୁଦି ପିନ୍ଧାଇଥିଲେ।

Leave A Reply

Your email address will not be published.