ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

0

ନୂଆଦିଲ୍ଲୀ (ଆମ ଟିଭି): ମାମଲା ଶୁଣାଣି ହେଉଥିବା ସମୟରେ କୋର୍ଟରୁମ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବ୍ୟକ୍ତି। ଏପରି ମାମଲା ପୁଣି ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ହୋଇଥିବା ସୂଚନା ମିଳିଛି। ଘଟଣା ହେଉଛି, କର୍ନାଟକ ହାଇକୋର୍ଟରେ ମୁଖ୍ୟ ବିଚାରପତି ବିପିନଚନ୍ଦ୍ର ଅଞ୍ଜାରିଆ ଏକ ମାମଲାର ଶୁଣାଣି କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି କୋର୍ଟରୁମ୍‌ରେ ନିଜ ବେକରେ ଛୁରୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନାଥାଉ କି, ମହୀଶୂରବାସୀ ଶ୍ରୀନିବାସ କୋର୍ଟରୁମ୍‌ର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମଚାରୀଙ୍କୁ ଏକ ଫାଇଲ ଦେଇଥିଲେ। ଏହି ସମୟରେ କେହି କିଛି ଜାଣିବା ପୂର୍ବରୁ ବ୍ୟକ୍ତିଜଣକ ଚିଫ୍‌ ଜଷ୍ଟିସଙ୍କ ସାମ୍ନାରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀ ତତ୍‌କ୍ଷଣାତ ତାଙ୍କୁ ବୋରିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଯାଏଁ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡି ନାହିଁ।

Leave A Reply

Your email address will not be published.