ସଲମାନ୍ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

0

ନୂଆଦିଲ୍ଲୀ:ଧରାପଡ଼ିଲା ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ସଲମାନଙ୍କ ହତ୍ୟା କରିବାକୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଭାବେ ଚଢ଼ାଉ କରି ଅଭିଯୁକ୍ତକୁ ଧରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ଧାକଡ଼ ରାମ ବିଷ୍ଣୋଇ ବୋଲି ଜଣାପଡିଛି।

କିଛି ଦିନ ପୂର୍ବେ ସଲମାନ ଖାନ୍‌ଙ୍କ ଅଫିସ୍‌କୁ ଇ-ମେଲ୍ ମାଧ୍ୟମରେ ହତ୍ୟା ଧମକ ଆସିଥିଲା। ସିଦ୍ଧୁ ମୁସେୱାଲା ଭଳି ତୁମ ଅବସ୍ଥା ହେବ ବୋଲି ମେଲ୍‌ରେ ଲେଖାଥିଲା। ଏହାକକୁ ନେଇ ସଲମାନ ଖାନ୍‌ଙ୍କ ତରଫରୁ ପୁଲିସରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସଲମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ରାଜସ୍ଥାନର ଯୋଧପୁରରୁ ଗିରଫ କରିଛି।

ମୁମ୍ବାଇ ଓ ଲୁଣିଥାନା ପୁଲିସ ମିଳିତ ଭାବେ ଧାକଡ ରାମକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ଯୋଧପୁରର ଲୁଣିଥାନା ଅଧିନସ୍ଥ କଲାନ ଗାଁର ବାସିନ୍ଦା। ପୂର୍ବରୁ ଏକ ଆର୍ମ ଆକ୍ଟରେ ସେ କୋର୍ଟରୁ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲା।

ସୂଚନା ମୁତାବକ, ହତ୍ୟା ଧମକ ମିଳିବା ପରେ ସଲମାନ ଖାନ ଓ ତାଙ୍କ ପରିବାର ଲୋକେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ୨୧ ବର୍ଷିୟ ଧାକଡ ରାମକୁ ଗିରଫ କରିବା ପରେ ପୁଲିସ ତାକୁ ମୁମ୍ବାଇ ଆଣିଛି। ଧାକଡ ରାମ ବିଷ୍ଣୈଇ ଉପରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ବାପାଙ୍କୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.