ବିଜେପି ଶାସନ କାଳରେ ଜମା ଦଙ୍ଗା ହୋଇନାହିଁ ,କାହିଁକି ଏମିତି କହିଲେ କପିଳ ସିବଲ୍
ନୂଆଦିଲ୍ଲୀ: ‘ବିଜେପି’ ଶାସନ କାଳରେ ଦଙ୍ଗା ହୋଇ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ଆଜି ରାଜ୍ୟସଭା ସାଂସଦ କପିଳ ସିବଲ୍ ଆଉ ଗୋଟାଏ ଫମ୍ପା ଆୱାଜ୍ ବୋଲି କହିଛନ୍ତି।
‘ବିଜେପି’ ଶାସନ ସମୟରେ ଘଟିଥିବା ଗୁଡ଼ାଏ ଦଙ୍ଗାର ଉଦାହରଣ ବି ସିବଲ୍ ଦେଇଛନ୍ତି।
ସୂଚନାଯୋଗ୍ୟ, ବିହାରର ନୱାଡ଼ା ଜିଲ୍ଲା ଅନ୍ତର୍ଗତ ହିସୁଆରେ ଆୟୋଜିତ ଏକ ସାଧାରଣ ସଭାରେ ଅମିତ ଶାହ କହିଥିଲେ, ବିହାରରେ ୪୦ରୁ ୪୦ ଆସନ ଦେଇ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାସୀନ କରାନ୍ତୁ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ରାଜ୍ୟରେ ‘ବିଜେପି’ର ନିଜସ୍ବ ସରକାର ଗଠନ କରିବାରେ ସହାୟକ ହୁଅନ୍ତୁ। ଓଟଲା ଝୁଲାଇ ଦଙ୍ଗାକାରୀମାନଙ୍କୁ ‘ବିଜେପି’ ସାବାଡ଼ କରିବ। ଆମ ଶାସନରେ ଦଙ୍ଗା ହୁଏ ନାହିଁ।