ଜିରୋ କୋଭିଡ ପଲିସି ବିରୋଧରେ ଚୀନରେ ଉଗ୍ର ହେଉଛି ଆନ୍ଦୋଳନ

0

ନୂଆଦିଲ୍ଲୀ (ଆମ ଟିଭି): ଜିରୋ କୋଭିଡ କଟକଣାକୁ ବିରୋଧ କରି ଚୀନରେ ଚାଲିଥିବା ବିକ୍ଷୋଭ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଏହା ଉଗ୍ର ରୂପ ନେଉଛି । ଏହାରି ଭିତରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ଲୋକେ । ଚୀନରେ ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ରେକର୍ଡ ମାତ୍ରାରେ ବଢିବାକୁ ଲାଗିଛି । ସଂକ୍ରମଣ ରୋକିବାକୁ ଚୀନ ସରକାର ଜିରୋ କୋଭିଡ ନୀତି ଆପଣାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଜନସାଧାରଣ ।

ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ବିକ୍ଷୋଭକାରୀମାନେ ଜିନପିଙ୍ଗଙ୍କ ବିରୋଧରେ ନାରାବାଜି କରିଛନ୍ତି । ଗତ ୨୪ ଘଣ୍ଟାରେ ଚୀନରେ ପ୍ରାୟ ୪୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନଥିବା ଦେଖିବାକୁ ମିଳିଛି । ଯାହା ଚୀନ ସରକାରଙ୍କ ଚିନ୍ତା ବଢାଇଦେଇଛି ।

Leave A Reply

Your email address will not be published.