‘ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରିଛନ୍ତି’

0

ଭୁବନେଶ୍ୱର (ଆମ ଟିଭି): ଦେଶ ତଥା ରାଜ୍ୟରେ ଚାଲିଛି ସାଧାରଣ ନିର୍ବାଚନ। ମତଦାତାମାନେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ଏହି କ୍ରମରେ କେନ୍ଦ୍ରର ହେଭିଓ୍ବେଟ୍‌ ନେତାମାନେ ଓଡ଼ିଶାକୁ ଘନଘନ ପ୍ରଚାର ପାଇଁ ଆସୁଛନ୍ତି। ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସମ୍ବଲପୁରରେ ପ୍ରଚାର କରୁଛନ୍ତି। ମା’ ସମଲେଇଙ୍କୁ ପ୍ରଥମେ ଦର୍ଶନ କରିବା ପରେ ଏଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗ ଦେଇ ହିମନ୍ତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ ଆଉ କେହି ଦେଶୁନାହାନ୍ତି।

ଏଠାରେ ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି, କେହି ଜାଣି ପାରୁନାହାନ୍ତି। ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ କଥା ହୁଅନ୍ତି ନାହିଁ। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ମୁଖ୍ୟମନ୍ତ୍ରୀ ତାହା ପଢୁଛନ୍ତି। ଏ ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ୍‌ସୋର୍ସ କରିଛନ୍ତି। ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରିନେଇଛନ୍ତି। ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବାଛିବାକୁ ପଡ଼ିବ। ତେବେ ହିମନ୍ତଙ୍କ କଥା ଉପରେ ବର୍ତ୍ତମାନ ସୁଦ୍ଧା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.