ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାକୁ ଘାରିଛି ପୁଣି ବାତ୍ୟା ଭୟ । ଏହାକୁ ନେଇ ପୁଣି ସମସ୍ତେ ଭୟଭୀତ ହୋଇଯାଇଛନ୍ତି । ଏଭଳି ଗୁଜବ ଏବେ ଓଡ଼ିଶାରେ ଜୋରସୋରରେ ବ୍ୟାପି ଚାଲିଛି । କିନ୍ତୁ ବାତ୍ୟା ଗୁଜବୁ ନେଇ ଆଇଏମଡି କହିଛି, ଓଡ଼ିଶାରେ ବାତ୍ୟା ଭୟ ନାହିଁ । ବାତ୍ୟା ସମ୍ପର୍କରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୭ ଦିନ ପାଇଁ ବାତ୍ୟାର ସୂଚନା ନାହିଁ । ଓଡ଼ିଶା ପ୍ରତି କୌଣସି ବାତ୍ୟାର ଭୟ ନାହିଁ। ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।
ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି। ୧୭/୧୮ ତାରିଖରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କୌଣସି ବାତ୍ୟାର ରୂପ ନେବ ନାହିଁ। ୭/୮ ଦିନ ପରେ କଣ ହେବ ବର୍ତ୍ତମାନ କିହବା ସମ୍ଭବ ନୁହେଁ। ବାତ୍ୟା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ବିଶ୍ବାସ କରନ୍ତୁନି । କୌଣସି ମହାବାତ୍ୟ ସୃଷ୍ଟି ହେବାର ସମ୍ଭାବନା ନାହିଁ । ମହାବାତ୍ୟା ନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନାହିଁ। ଓଡ଼ିଶା ପ୍ରତି ବାତ୍ୟା ଆଶଙ୍କା ରହିଲେ ଆମେ ସୂଚନା ଦେବୁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏଥିସହ ଆଇଏମଡି ର ଆକଳନ ଉପରେ ବିଶ୍ବାସ ରଖିବାକୁ ଅପିଲ କରିଛନ୍ତି।