ଯୁଦ୍ଧରେ ଲାଗିଲା ବୀରତୀ

0

ଇସ୍ରାଏଲ ଓ ପାଲେଷ୍ଟାଇନ ବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି। ଦୀର୍ଘଦିନ ଧରି ଲାଗି ରହିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ବିରାମ ଲାଗିଛି। ଚୁକ୍ତି ମୁତାବକ ଆଜିଠାରୁ ଚାରି ଦିନ ପର୍ଯ୍ୟନ୍ତ ଉଭୟ ପକ୍ଷ କୌଣସି ପ୍ରକାର ଆକ୍ରମଣ କରିବେ ନାହିଁ।

ଏଥିସହ ଇସ୍ରାଏଲ ସେନା ଓ ହମାସ ସଂଗଠନ ବନ୍ଧକ ରଖିଥିବା ଲୋକମାନଙ୍କୁ ମୁକୁଳାଇବେ। ଚୁକ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ହମାସ ସଂଗଠନ ଇସ୍ରାଏଲର ୧୩ ଜଣ ପଣବନ୍ଦୀଙ୍କୁ ଛାଡିବ। ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି। ବନ୍ଦୀମାନେ ଆସିବା ମାତ୍ରେ ତୁରନ୍ତ ସେମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯିବ ସେଥିପାଇଁ ପ୍ରସ୍ତୁତ ରହିଛି ଇସ୍ରାଏଲର ସମସ୍ତ ହସ୍ପିଟାଲ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ପାଲେଷ୍ଟାଇନର ହମାସ ସଂଗଠନ। ଏହାପରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ପ୍ରତିଦିନ ରକେଟ୍ ଓ ବୋମା ମାଡରେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ସାଧାରଣ ନାଗରିକ। ଶେଷରେ ନଭେମ୍ବର ୨୨ରେ କତାରର ମଧ୍ୟସ୍ତତା ପରେ ଦୁଇ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ।

ଏହି ଚାରି ଦିନର ଅସ୍ତ୍ରବିରତିରେ ୫୦ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କୁ ମୁକ୍ତ କରିବ ହମାସ। ଇସ୍ରାଏଲ ମଧ୍ୟ ୧୫୦ ଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବା ଚୁକ୍ତି ଭିତ୍ତିରେ ଯୁଦ୍ଧରେ ବିରାମ ଲାଗିଛି।

Leave A Reply

Your email address will not be published.