ରାମ ମନ୍ଦିର କମ୍ପ୍ଲେକ୍ସକୁ ଉଡ଼ାଇ ଦେବାକୁ ଆସିଲା ଧମକ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଅଯୋଧ୍ୟରେ ଥିବା ରାମ ଜନ୍ମଭୂମି କମ୍ପ୍ଲେକ୍ସ ବା ରାମ ମନ୍ଦିର କମ୍ପ୍ଲେକ୍ସକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ମିଳିଛି ଧମକ। କେହି ଅଜଣା ଦୁର୍ବୃତ୍ତ ଅଯୋଧ୍ୟାରେ ରହୁଥିବା ରାମଲଲା ସଦନର ଜଣେ ଶିଷ୍ୟଙ୍କୁ ଫୋନ କରି ଏପରି ଧମକ ଦେଇଛି। ଏନେଇ ପୁଲିସ୍‌ ଅଭିଯୋଗ ପାଇବା ପରେ ଫୋନ କରି ଧମକ ଦେଇଥିବା ଦୁର୍ବୃତ୍ତକୁ ଖୋଜିବା ଆରମ୍ଭ କରିଛି।

ପୁଲିସ୍‌ କହିଛି ଯେ ଧମକପୂର୍ଣ୍ଣ କଲଟି ରାମକୋଟ ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା। ସେ ମୋବାଇଲରେ ଏପରି ଧମକପୂର୍ଣ୍ଣ କଲ୍‌ ପାଇବା ପରେ ତୁରନ୍ତ ପୁଲିସ୍‌କୁ ଅବଗତ କରାଇଥିଲେ। ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବା ଅଞ୍ଚଳକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଫୋନ କରିଥିବା ଦୁର୍ବୃତ୍ତ ଧମକ ଦେଇଛି।

Leave A Reply

Your email address will not be published.