ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା

0

ଦୁର୍ନୀତି ଟଙ୍କାରେ କିଏ ନିର୍ବାଚନ ଲଢ଼ୁଥିଲା ? ମୁଖ୍ୟ ଯନ୍ତ୍ରୀ ମାନଙ୍କ ପାଖରେ ଡଜନରୁ ଅଧିକ ପ୍ଲଟ ଓ ଫ୍ଳାଟ୍ କୁଆଡ଼ୁ ଆସୁଥିଲା ? ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଗତ ସରକାରଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀ ମାନେ ଅଚିନ୍ତାରେ ଥିଲେ । ଗତ ସରକାରରେ କୋଠା ବାଡ଼ି ଏତେ ନିମ୍ନମାନର ନିର୍ମାଣ ହେଉଥିଲା କି କେଉଁଠୁ ଚୂନ ଖସି ଯାଉଥିଲା ତ୍ ପୁଣି କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇ ହୋଇ ଯାଉଥିଲା। 5T ନିର୍ମାଣ ହେଉ କି ବିଶ୍ବସ୍ତରୀୟ ମେଡିକାଲ୍ ଏସବୁ ଦୁର୍ନୀତିର ଟଙ୍କାରେ କିଏ ନିର୍ବାଚନ ଲଢ଼ୁଥିଲା ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ନୂଆ ସରକାର ଆସିବା ପରେ ୬ ମୁଖ୍ୟ ଯନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଏହି ମହାନୁଭବ ବ୍ୟକ୍ତିଙ୍କ ପାଖରେ ଡଜନରୁ ଅଧିକ ପ୍ଲଟ ଓ ଫ୍ଲାଟ୍ ରହିଛି। ଏସବୁ ସାଧାରଣଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା। ଖାଲି ଏମାନେ ନୁହଁନ୍ତି ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୟେ ବାସ୍ ଏବେ ଟ୍ରେଲର୍, ପିକଚର୍ ଅଭି ବାକି ହେ ବୋଲି କହି ସିଏମ୍ ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି।ଅନେକ ଦୁର୍ନୀତିଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତିନି। ତେଣୁ ଏବେ ସେଭଳି ଅଧିକାରୀଙ୍କ ନିଦ ହଜାଇ ଦେବାକୁ ହେବ। ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଗିରଫଦାରୀ ଭୟ ରହିବାକୁ ହେବ। ଏପରିକି, ସେମାନେ ବାଥରୁମରେ ଥିବା ବେଳେ, ଘରେ ରହୁଥିବା ବେଳେ ଗିରଫଦାରୀର ଭୟ ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.