ପୁରୀରେ ହେବ ବଙ୍ଗଳା ପର୍ଯ୍ୟଟକଙ୍କ ପାଇଁ ଅତିଥି ଭବନ

0

ଭୁବନେଶ୍ବର/ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ଶ୍ରୀକ୍ଷେତ୍ରରେ ପ୍ରାୟ ୪୮ ଘଣ୍ଟା ବିତାଇବେ। ସେ ୨୨ ତାରିଖ ଅପରାହ୍‌ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ସେ ବଙ୍ଗାଳି ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅବଶିଷ୍ଟ ସମୟ ଭୁବନେଶ୍ବରରେ କାଟିବେ। ପୁରୀରେ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୩ ତାରିଖ ଅପରାହ୍‌ଣ ୩ଟାରେ ଭୁବନେଶ୍ବର ଅଭିମୁଖେ ବାହାରିବେ।

ଏହି ଗସ୍ତକାଳରେ ସେ ଓଡ଼ିଶାବାସୀ ଭଲ ଅଛନ୍ତି ବୋଲି ନିଜ ଭାଷାରେ ପଚାରିଛନ୍ତି। ପ୍ରଭୁ ଶ୍ରୀଜଗନାଥଙ୍କୁ ପୂଜାର୍ଚ୍ଚନା କରିବାକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ’ଣ ଆଲୋଚନା କରିବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ନବୀନ ବାବୁ ଜଣେ ବରିଷ୍ଠ ରାଜନେତା। ତାଙ୍କୁ ସାକ୍ଷାତ କରିବି ବୋଲି କହିଛନ୍ତି।
ଭୁବନେଶ୍ବରରେ ପହଞ୍ଚିଲା ପରେ ମମତା ବାନାର୍ଜୀଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଜଣାଇଥିଲେ। ବିମାନବନ୍ଦରରୁ ମମତା ବାନାର୍ଜୀ ସିଧାସଳଖ ସଡ଼କପଥରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ସେ ଆଜି ଓ ଆସନ୍ତାକାଲି ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ଅପରାହ୍‌ଣ ସାଢ଼େ ୪ଟାରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେହିଦିନ ସନ୍ଧ୍ୟା ୬ରେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଫେରିଯିବେ।

Leave A Reply

Your email address will not be published.