ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ହେବ ଭୟଙ୍କର ଭୂକମ୍ପ । ବଲୁଚିସ୍ତାନରେ ଏହି ଭୂକମ୍ପ ଘଟିବ ବୋଲି ପୂର୍ବନୁମାନ କରିଛନ୍ତି ନେଦରଲାଣ୍ଡସ ଗବେଷକ ଫ୍ରାଙ୍କ ହୁଗରବିଟସ । ନିକ ଏକ୍ସ ଆକାଉଣ୍ଟରେ ଟୁଇଟ୍ କରି ହୁଗରବିଟସ ଲେଖିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ଏହି ଭୂକମ୍ପ କେବେ ହେବ ତାହା କହି ହେବ ନାହିଁ । ତଥାପି ଆଗାମୀ ୧୦ ଦିନ ଭିତରେ ଭୂମିକମ୍ପରେ ବଲୁଚିସ୍ତାନ ଅଞ୍ଚଳ ଥରିବ ବୋଲି ସେ କହିଛନ୍ତି ।
ନେଦରଲ୍ୟାଣ୍ଡ ସ୍ଥିତ ଏକ ରିସର୍ଚ୍ଚ ଇନଷ୍ଟିଟ୍ୟୁଡ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିଥିଲେ । ସୋଲର ସିଷ୍ଟମ ଜ୍ୟାମିଟ୍ରି ସର୍ଭେର ଏକ ରିସର୍ଚ୍ଚରେ କହିଛି ପାକିସ୍ତାନ ଏବଂ ତାହାର ପାଖା ପାଖି ଅଞ୍ଚଳରେ ବାୟୁମଣ୍ଡଳରେ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହା ଦ୍ୱାରା ଭୂକମ୍ପ ହୋଇପାରେ ବୋଲି ଆଶା କରାଯାଉଛି ।