ରାଜ୍ୟରେ ଆହୁରି ବଢିବ ତାତି

0

ସାରା ରାଜ୍ୟରେ ଅସମ୍ଭାଳ ତାତି ପରିଲକ୍ଷିତ ହୋଇଛି। ରାତିରେ ଗୁଳୁଗୁଳି ମଧ୍ୟ ହେଉଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲ୍ଲାରେ ହିଟ୍‌ୱେଭ୍‌(ଗ୍ରଷ୍ମ ପ୍ରବାହ) ଜାରି ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.