ଭୁବନେଶ୍ୱର (ଆମ ଟିଭି): ରାଜ୍ୟର କୋହଲା ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବଙ୍ଗୋପ ସାଗରରେ ପ୍ରବାହିତ ଥଣ୍ଡା ବାୟୁ ପ୍ରଭାବରେ ତାପମାତ୍ରା କମିବାରୁ ଗରମରୁ ଆଶସ୍ତି ମିଳିଛି।
ମାର୍ଚ୍ଚ ୬ ତାରିଖ ଯାଏ ଏଭଳି କୋହଲା ପାଗ ରହିବା ସହ ୬ ଦିନ ଯାଏ ବର୍ଷା ଲାଗି ରହିବ । ଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।