ପାକିସ୍ତାନକୁ ଧ୍ୱଂସ କରିବ ଭାରତର ଏହି ୧୦ ଅସ୍ତ୍ର । ଜାଣନ୍ତୁ ଏହି ୧୦ ଟି ଅସ୍ତ୍ରର ଶକ୍ତି
ସୈନ୍ୟ ଶକ୍ତି ଓ ଟେକ୍ନୋଲୋଜୀରେ ଭାରତ ଏବେ ଦେଶର ଅନ୍ୟ ଶକ୍ତିଶାଳୀ ଦେଶ ଭିତରେ ଗଣା ହେଉଛି । ଭାରତ ପାଖରେ ଏଭଳି ମିସାଇଲ ସିଷ୍ଟମ ରହିଛି ଯାହା କେବଳ ବିନାଶକାରୀ କ୍ଷମତା ରଖିନାହିଁ ବରଂ ପଡୋଶୀ ଦେଶ ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବାର କ୍ଷମତା ରଖିଛି । ଏବେ ଆସନ୍ତୁ ଜାଣିବା ଭାରତ ପାଖରେ ଥିବା ଏହି ୧୦ ବିଧ୍ୱସଂକାରୀ ଅସ୍ତ୍ର ବାବଦରେ ।
ଅଗ୍ନି-ଭି ଭାରତର ସବୁଠାରୁ ଉନ୍ନତ ଅନ୍ତଃମହାଦ୍ୱିପୀୟ ମିସାଇଲ । ଏହାର ଲକ୍ଷ୍ୟଭେଦୀ କ୍ଷମତା ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହି ମିସାଇଲ ଗୋଟିଏ ଗୋଟିଏ ନୁହେଁ ଏକାସାଥିରେ ଅନେକ ଲକ୍ଷ୍ୟ ନଷ୍ଟ କରିବାର କ୍ଷମତା ରଖିଛି ।
ବ୍ରହ୍ମୋସ ଭାରତ ଓ ଋଷର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି । ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତ ସୁପରସୋନିକ ମିସାଇଲ ବୋଲି କୁହାଯାଉଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୬ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହା ପରମାଣୁ ଓ ସାଧାରଣ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ରଖିଛି ।
ଭାରତର ହାଇପରସୋନିକ ଟେକ୍ନୋଲୋଜୀ ଏକ କ୍ରାନ୍ତିକାରୀ ଅସ୍ତ୍ର । ଏହାକୁ ଡିଆରଡିଓ ବିକଶିତ କରିଛି । ଏହାର ଘଣ୍ଟାପ୍ରତି ବେଗ ୮୫୭୫ କିଲୋମିଟରରୁ ଅଧିକ । ପାକିସ୍ତାନ ପାଖରେ ଏଭଳି କିଛି ମିସାଇଲ ନାହିଁ ଯାହା ଏହାର ମୁକାବିଲା କରିପାରିବ ।
ପ୍ରଳୟ ଏକ ସ୍ୱଦେଶୀ ଟାର୍ଗଟରୁ ଟାର୍ଗେଟ ଭେଦ କରିପାରୁଥିବା ବାଲାଷ୍ଟିକ ମିସାଇଲ । ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୫୦ ରୁ ୫ ଶହ କିଲୋମିଟର । ଏହି ମିସାଇଲ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ବହନ କରିପାରେ । ଏହା ଶତ୍ରୁର ବଙ୍କର, ସେନା ଠିକଣା, କମାଣ୍ଡ ସେଣ୍ଟର ନଷ୍ଟ କରିବାରେ ବେଶ୍ ପ୍ରଭାବୀ ।