ଦିନରେ ମୋମ ବିକ୍ରି କରୁଥିଲେ, ରାତିରେ ଲୁଟ କରୁଥିଲେ

0

ଭୁବନେଶ୍ୱର: ଦିନରେ ମୋମ ବିକ୍ରି କରୁଥିଲେ, ରାତିରେ ଲୁଟ କରୁଥିଲେ। ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରୁଥିବା ଅଭିଯୁକ୍ତକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ସେ ହେଲେ ୟୁନିଟ-୮ ଅଞ୍ଚଳରେ ରହୁଥିବା କନ୍ଧମାଳ ଜି.ଉଦୟଗିରିର ରାକେଶ କୁମାର ନାୟକ। ସେ ଏଠାରେ ମୋମୋ ଦୋକାନ ଦେଇଥିଲେ। ସମୟ ସୁଯୋଗ ଦେଖି ବାଇକ ଚୋରି କରୁଥିଲେ। ପରେ ସେହି ବାଇକଗୁଡିକୁ ଗ୍ରାମାଞ୍ଚଳରେ କମ୍‌ ଟଙ୍କାରେ ବିକ୍ରି କରିଦେଉଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ତେବେ ତାଙ୍କଠାରୁ ବିଭିନ୍ନ କମ୍ପାନୀର ୧୫ଟି ବାଇକ, ୨୦ଟି ନକଲି ଚାବି ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। ରାଜେଶ ପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ପୋଲିସ କହିଛି।

Leave A Reply

Your email address will not be published.