ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

0

ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ପରେ ଅଭିନେତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସକୁ ଖବର ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘରେ ଥିବା ସିସିଟିଭିର ଫୁଟେଜ ସହ ନିକଟରେ ଥିବା କ୍ୟାମେରାଗୁଡ଼ିକର ଯାଞ୍ଚ କରାଯାଉଛି। ଅପରପକ୍ଷେ ସୈଫଙ୍କ ଆଘାତ ଗୁରୁତର ନ ଥିବା କୁହାଯାଉଛି।

ଆକ୍ରମଣ ଘଟଣାକୁ ନେଇ ସୈଫ-କରିନା କପୁର ଖାନଙ୍କ ପକ୍ଷରୁ ଏଯାବତ କୌଣସି ବୟାନ ସାମ୍ନାକୁ ଆସିନାହିଁ। ହେଲେ ଉଭୟଙ୍କ ଘରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି। ଘର ବାହାରେ ସବୁବେଳ ପାଇଁ ସୁରକ୍ଷାକର୍ମୀ ଉପସ୍ଥିତ ରହିଥାନ୍ତି। ଏସବୁ ସତ୍ତ୍ୱେ ଘରେ କିଏ ଏବଂ କିଭଳି ପଶି ଆକ୍ରମଣ କରିଲା ସେନେଇ ସାଧାରଣରେ ଆଲୋଚନା ବଢ଼ିଛି।

କହିରଖୁଛୁ, ସୈଫଙ୍କ ଘରେ ପଶିବାକୁ କାହାକୁ ଅନୁମତି ନ ଥାଏ। ଯିଏ ବି ପ୍ରବେଶ କରେ ତାର ଯାଞ୍ଚ କରାଯାଏ। ଏମିତିରେ ସୈଫଙ୍କ ଉପରେ ଆକ୍ରମଣକୁ ସୁରକ୍ଷାରେ ବଡ଼ ଅବହେଳା ବୋଲି କୁହାଯାଉଛି। ପୋଲିସ ଏବେ ତଦନ୍ତ କରୁଥିବାରୁ ଖୁବ୍‌ଶୀଘ୍ର ଆକ୍ରମଣକାରୀଙ୍କ ଉପରୁ ପରଦା ହଟିପାରେ।

Leave A Reply

Your email address will not be published.